ଯଦି ଆପଣ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି ତାହାଲେ ସତର୍କ ହୋଇଯାଆନ୍ତୁ. କାରଣ ସାନିଟାଇଜରର ବ୍ୟବହାର ଆପଣଙ୍କ ରୋଗର କାରଣ ହୋଇପାରେ. ୟୁନିଭରସିଟି ଅଫ ମେଲବର୍ଣ୍ଣ ରିସର୍ଚ୍ଚରୁ ଜଣାପଡିଛି ଯେ, ହ୍ୟାଣ୍ଡ ସାନିଟାଇଜର ବାରମ୍ବାର ବ୍ୟବହାର ଦ୍ୱାରା ଗମ୍ଭୀର ରୋଗ ହୋଇପାରେ. ସେଥିପାଇଁ ସାନିଟାଇଜରକୁ ବ୍ୟବହାର କରିବା ପରିବର୍ତ୍ତେ ସାବୁନରୁ ପ୍ରସ୍ତୁତ ଜିନିଷକୁ ବ୍ୟବହାର କରିବା ଭଲ ବୋଲି କୁହାଯାଇଛି. ରିସର୍ଚ୍ଚରୁ ଜଣାପଡିଛି ଯେ ସାନିଟାଇଜର କ୍ଷତି ପହଞ୍ଚାଉଥିବା ବ୍ୟାକ୍ଟେରିଆଙ୍କୁ ମାରିବା ସହ ଉପକାର କରୁଥିବା ବ୍ୟାକ୍ଟେରିଆଙ୍କୁ ମଧ୍ୟ ମାରିଦେଇଥାଏ. ଏହାଛଡା ବଜାରରେ ମିଳୁଥିବା ସାନିଟାଇଜରରେ ଏପରି ହାନିକାରକ କେମିକାଲ ରହିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ. ସାନିଟାଇଜରରେ ପାଖାପାଖି 60 ପ୍ରତିଶତ ଆଲକହଲ ଥାଏ ଯାହା ସଂପୂର୍ଣ୍ଣରୂପେ ବ୍ୟାକ୍ଟେରିଆକୁ ମାରିବାରେ ସକ୍ଷମ ହୋଇନଥାଏ. ଯେଉଁ ହ୍ୟାଣ୍ଡ ସାନିଟାଇଜରରେ ଆଲକହଲ କମ ରହିଥାଏ ସେଥିରେ ଟ୍ରାଇକ୍ଲୋନସନ ର ମାତ୍ରା ଅଧିକ ରହିଥାଏ ଯାହା ଟ୍ରାଇକ୍ଲୋସନର ଆଣ୍ଟିବ୍ୟାକ୍ଟେରିଅଲର ଏକ ପ୍ରକାର ଏଜେଣ୍ଟ. ଏହାର ବାରମ୍ବାର ବ୍ୟବହାର ଶରୀର ପାଇଁ ଠିକ୍ ନୁହେଁ କାରଣ ଏହା ଦ୍ୱାରା ଶରୀର ନିଷ୍ପ୍ରଭାବୀ ହୋଇଯ଼ାଏ ଯଦ୍ଦାରା ଥଣ୍ଡା ଓ କାଶ ଭଳି ରୋଗ ହୋଇଥାଏ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଏହାର ବ୍ୟବହାର ସ୍କିନକୁ ଶୁଷ୍କ କରିବା ସହ ରଫ୍ ମଧ୍ୟ କରିଦିଏ.