ଗାତରୁ ବାହାରୁଛି ଧୂଆଁ । ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁରେ। ବିଦ୍ୟୁତ୍ ଆର୍ଥିଂ ଖୁଣ୍ଟ ପୋତିବା ପାଇଁ ଗାତ ଖୋଳା ଯାଉଥିଲା । ପ୍ରାୟ ୫/୬ ଫୁଟ୍ ଖୋଳିବା ପରେ ଏଥିରୁ ବାହାରିଥିଲା ଧୂଆଁ । ଧୂଆଁ ସହିତ ସେଠାରୁ ଗରମ ପାଣି ମଧ୍ୟ ବାହାରିଥିଲା । ୩/୪ ଘଣ୍ଟା ଧରି ଏମିତି ଧୂଆଁ ବାହାରିବା ଯୋଗୁ ସେଠାରେ ଲୋକ ରୁଣ୍ଡ ହୋଇଥିଲେ। ତେବେ କେଉଁ କାରଣରୁ ସେଠାରୁ ଧୂଆଁ ବାହାରୁଛି, ତାହା ଜଣାପଡ଼ି ନଥିବା ବେଳେ କୌଣସି ସରକାରୀ ଅଧିକାରୀ ବି ପହଞ୍ଚି ନାହାନ୍ତି ।