ଓଡିଶାର ସଂସ୍କୃତି ଓ କୋଣାର୍କ ମନ୍ଦିର ବିଷୟରେ ଅରୁଚିକର ମନ୍ତବ୍ୟ ଦେଇ ସାଢେ ଚାରିକୋଟି ଓଡିଆଙ୍କ ଭାବନାକୁ ଆଘାତ କରିଥିବା ଅଭିଜିତ୍ ଆୟାରଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିବା ପରେ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା. କୋର୍ଟ ତାଙ୍କୁ 14 ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି. କୋର୍ଟଙ୍କ ଆଦେଶ ପରେ ଅଭିଜିତଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି. ଝାରପଡା ଜେଲ୍ 11 ନମ୍ବର ସେଲରେ ତାଙ୍କୁ ରଖାଯାଇଛି. ଜେଲକୁ ଯିବା ପରେ ସେ କିଛି ଖାଦ୍ୟ ଗ୍ରହଣ କରି ନଥିବା ସୂଚନା ମିଳିଛି. ତେବେ ଜେଲ ପକ୍ଷରୁ ଅଭିଜିତଙ୍କୁ ରୁଟି ଓ ତରକାରୀ ଦିଆଯାଇଥିଲା. ମାତ୍ର ସେ ତାକୁ ଗ୍ରହଣ ନ କରି ବାହାରୁ ଖାଇକି ଆସିଛନ୍ତି ବୋଲି କହିଥିବା ଜଣାପଡିଛି. ତେବେ ତାଙ୍କ ସ୍ୱଭାବରେ କିଛି ପରିବର୍ତ୍ତନ ଦେଖିବାକୁ ମିଳି ନଥିବା ଜେଲ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି. ମଙ୍ଗଳବାର ଦିନ ଅଭିଜିତ ବିଧାନସଭା ଗୃହ କମିଟିରେ ହାଜର ହୋଇ ଓଡିଶାର ସମ୍ମାନ ଓ ସ୍ବାଭିମାନ ବିରୋଧରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ଭୁଲ୍ ମାଗିଥିଲେ. କମିଟି କ୍ଷମା ଗ୍ରହଣୀୟ ନୁହେଁ ବୋଲି କହିବା ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି. ଗୃହ କମିଟିର ଶୁଣାଣୀ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା.

LEAVE A REPLY

Please enter your comment!
Please enter your name here