ସ୍ତ୍ରୀକୁ ମାଡମାରି ଲହୁଲୁହାଣ କରିବା ଅଭିଯୋଗ ହୋଇଛି. ଏ ନେଇ  ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଲକ ଅନ୍ତର୍ଗତ ଅରକେଲ ଥାନାରେ ସର୍ବେଶ୍ୱର ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ. ମିଳିଥିବା ସୂଚନା ଅନୁସାରେ, ଓଏଚପିସିରେ ଇଞ୍ଜିନିୟର ରୂପେ କାର୍ଯ୍ୟରତ ଥିବା ସର୍ବେଶ୍ୱର ରାୟ ଶିମିଳିଗୁଡାସ୍ଥିତ ବାବାଜୀ ଚରଣ ପାତ୍ରଙ୍କ ଝିଅ ଝୁନିରାଣୀଙ୍କୁ ବିବାହ କରିଥିଲେ. ବିବାହର ଏକ ମାସ ପର୍ଯ୍ୟନ୍ତ ସବୁକିଛି ଠିକ୍ ରୂପେ ଚାଲିଥିଲା. ମାତ୍ର ଏକମାସ ପରେ ସେମାନେ ତାଙ୍କୁ ଅତ୍ୟାଚାର କରୁଥିବା ଓ ଯୌତୁକ ନିର୍ଯାତନା ଦେଉଥିବା ଅରକେଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝୁନିରାଣୀ. ସ୍ୱାମୀ ସର୍ବେଶ୍ୱରଙ୍କ ସମେତ ଶାଶୁ ଓ ଶ୍ୱଶୁରଙ୍କ ନାଁ ରେ ମଧ୍ୟ ଥାନାରେ ଏତଲା. ଏତଲା ପରେ ସର୍ବେଶ୍ୱରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଛି ପୋଲିସ. ଶାଶୁ ଶ୍ୱଶୁରଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଥାନାରେ ଓଲଟା ଏତଲା ଦେଇଛନ୍ତି ସର୍ବେଶ୍ୱର.

LEAVE A REPLY

Please enter your comment!
Please enter your name here