ଶୀତରେ ସାରା ଭାରତ ଥରୁଥିବା ବେଳେ ଭାରତର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସକାଳ ପ୍ରାୟ 9ଟା ସମୟରେ ଅଚାନକ ପାଗରେ ପରିବର୍ତ୍ତନ ହୋଇଛି. ଫଳରେ ଦିଲ୍ଲୀ ସମେତ ଏନସିଆରରେ ମଧ୍ୟ ଘନ ଅନ୍ଧକାର ହୋଇ କୁଆ ପଥର ବର୍ଷା ହୋଇଛି. ସୋମବାର ରାତିରୁ ବର୍ଷା ହେଉଛି. ଫଳରେ ତାପମାତ୍ରାରେ ପରିବର୍ତ୍ତନ ମଧ୍ୟ ହୋଇଛି. ତେବେ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ପାଗ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି. ଦିଲ୍ଲୀର ସୁବାଷ ନଗର, ନରେଲା, ପଞ୍ଜାବୀ ବାଗ୍, ଧୌଲା କୁଆଁ ସମେତ ବିଭିନ୍ନ ଅଞ୍ଚଳରେ କୁଆ ପଥର ବର୍ଷା ହୋଇଛି. ବର୍ତ୍ତମାନ ଦିଲ୍ଲୀରେ ପାରଦ 11.5 ଡିଗ୍ରୀ ସେଲସିୟସରେ ପହଞ୍ଚିଛି.

LEAVE A REPLY

Please enter your comment!
Please enter your name here