କରୋନାରେ ବରିଷ୍ଠ ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ଲୋକପ୍ରୀୟ ଆଙ୍କର ରୋହିତ କରୋନାରେ ପ୍ରାଣ ହରାଇଛନ୍ତି । ୨୦୧୮ ମସିହାରେ ରୋହିତ ସର୍ଦ୍ଦାନା ଗଣେଶ ବିଦ୍ୟାର୍ଥୀ ପୁରସ୍କାର ପାଇଥିଲେ । କୋଭିଡ୍ ସଂକ୍ରମିତ ରୋହିତ ସର୍ଦ୍ଦାନା ଶେଷ ମୁହୂର୍ତ୍ତରେ ବି ଲୋକଙ୍କୁ ସାହାଯ୍ୟ କରୁଥିଲେ । ଗତକାଲି ସକାଳ ୮ଟା ୪୬ରେ ଶେଷ ଟ୍ୱିଟ୍ କରିଥିଲେ ସର୍ଦ୍ଦାନା । କୋଭିଡ୍ ସଂକ୍ରମିତଙ୍କୁ ରେମଡେସିଭିର ଇଞ୍ଜେକ୍ସନ୍ ଆବଶ୍ୟକତା ନେଇ ସର୍ଦ୍ଦାନା ଟ୍ୱିଟ୍ କରିଥିଲେ । ହେଲେ ଆଜି ହଠାତ୍ ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ରୋହିତ ସର୍ଦ୍ଦାନାଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here