ଯୋଗେଶ ସିଂହ ମଙ୍ଗଳବାର ନିଜ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । ପୂର୍ବରୁ କଂଗ୍ରେସରୁ ନିଲମ୍ଵିତ ହୋଇ ଯୋଗେଶ ସିଂହ ଦଳ ଛାଡ଼ିଥିଲେ। ଏବେ କଂଗ୍ରେସ ଇସ୍ତଫା ଦେବାରୁ ବିଧାନସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ୧୩କୁ ଖସି ଆସିଛି । ସୂଚନା ମୁତାବକ ଏହାର କିଛି ଦିନ ତଳେ ଦଳ ବିରୋଧୀ ମନ୍ତବ୍ୟ କାରଣରୁ ଏଆଇସିସିର ଅନୁମୋଦନ କ୍ରମେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏହା ପରେ ଯୋଗେଶ ଦଳ ଛାଡ଼ିଥିଲେ। ଏହି କ୍ରମରେ ଆଜି ସେ ବିଧାୟକ ପଦରୁ ଇସ୍ତଫା  ଦେଇଛନ୍ତି । ନିଜର ଇସ୍ତଫା ପତ୍ର ସେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ପାଖକୁ ପଠାଇଛନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ଦଳରେ ନେତାଙ୍କ ଦଳ ଛାଡ଼ିବା ପର୍ବ ବଢି ଚାଲିଛି । ଗତକାଲି ବିଜେପୁରରୁ ଦଳର ନେତା ପ୍ରଣୟ ସାହୁ କଂଗ୍ରେସ ଛାଡ଼ିଥିଲେ ।

 

LEAVE A REPLY

Please enter your comment!
Please enter your name here