ସାବରୀମାଳା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଥିବା 39 ବର୍ଷୀୟା କନକ ଦୁର୍ଗାଙ୍କୁ ତାଙ୍କ ଶାଶୁଘର ଲୋକେ ଘରୁ ବିଦା କରିଦେଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଏକ ସପ୍ତାହ ପୂର୍ବରୁ କନକଙ୍କ ଶାଶୁ ତାଙ୍କୁ ମାରପିଟ କରୁଥିବା ଅଭିଯୋଗ ହୋଇଥିଲା. ଯେଉଁଥିପାଇଁ କନକଙ୍କୁ କୋଝିକୋଡ ମେଡିକାଲ କଲେଜରେ ଭର୍ତ୍ତି ହେବାକୁ ପଡିଥିଲା. ଏ ସଂକ୍ରାନ୍ତରେ କନକ ଦୁର୍ଗା ଥାନାରେ ଏତଲା ଦେଇଥିଲେ. ବର୍ତ୍ତମାନ କଥା ଅଦାଲତରେ ପହଞ୍ଚିଛି ଏବଂ ସମସ୍ତଙ୍କୁ ଅଦାଲତର ଶୁଣାଣିଙ୍କୁ ଅପେକ୍ଷା ରହିଛି. ତେବେ ପୋଲିସ ଯେତେବେଳେ କନକଙ୍କୁ ହସ୍ପିଟାଲରୁ ନେଇ ତାଙ୍କ ଘରେ ପହଞ୍ଚାଇଥିଲା, ସେତେବେଳେ ତାଙ୍କ ଘରେ ତାଲା ଝୁଲିଥିବା ଦେଖିବାକୁ ମିଳିଛି. ଏଥିରୁ ଜଣାପଡୁଛି ଯେ, କନକଙ୍କ ସ୍ୱାମୀ, ତାଙ୍କ ଦୁଇ ପିଲା ଓ ମା’ଙ୍କୁ ନେଇ ଚାଲିଯାଇଛନ୍ତି. କନକଙ୍କୁ ବର୍ତ୍ତମାନ ସରକାରୀ ଆଶ୍ରୟ ଗୃହରେ ରଖାଯାଇଛି.

LEAVE A REPLY

Please enter your comment!
Please enter your name here