70 ତମ ଗଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଆସାମ ରାଇଫଲର ‘ନାରୀ ଶକ୍ତି’. ଏହାସହ ରାଜପଥରେ ଜଣେ ମହିଳା ଅଧିକାରୀ ଏକାକୀ ପ୍ରତିଷ୍ଠିତ ଟିମ ସହ ବାଇକ ଷ୍ଟଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିବ. ଅନ୍ୟପଟେ 90 ବର୍ଷରୁ ଅଧିକ ବର୍ଷର ଭାରତୀୟ ରାଷ୍ଟ୍ରୀୟ ସେନାର 4 ଜଣ ଯବାନ ମଧ୍ୟ ପ୍ୟାରେଡରେ ସାମିଲ ହେବେ ବୋଲି ବୁଧବାର ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡେପୁଟି କମାଣ୍ଡର ମେଜର ଜେନେରାଲ  ରାଜପାଳ ପୁନିଆ. ଏହାସହ ଗଣତନ୍ତ୍ର ଦିବସ ପ୍ୟାରେଡରେ ‘ନାରୀ ଶକ୍ତି’ର ମଧ୍ୟ ଅଦ୍ଭୁତ ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି. ଏଠାରେ ସୂଚନାଯୋଗ୍ୟ ଯେ, 1942 ମସିହାରେ ଭାରତୀୟ ରାଷ୍ଟ୍ରୀୟ ସେନା ରାସବିହାରୀ ବୋଷଙ୍କ ଦ୍ୱାରା ଗଠନ କରାଯାଇଥିଲା ଏବଂ ବ୍ରିଟିଶ ସରକାରଙ୍କ ଶାସନ ବିରୁଦ୍ଧରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ  ଆଇଏନଏ ଯୋଗ ଦେଇଥିଲା.

 

LEAVE A REPLY

Please enter your comment!
Please enter your name here