ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଛନ୍ତି ବାବା ରାମଦେବ. ଅଧିକ ଜନସଂଖ୍ୟା ଥିବା ଦେଶରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ସମସ୍ତଙ୍କର ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି. ହିନ୍ଦୁ ହେଉ କି ମୁସଲମାନ, ଯଦି କୌଣସି ବ୍ୟକ୍ତି ଦୁଇରୁ ଅଧିକ ପିଲା ଜନ୍ମ କରୁଛନ୍ତି, ତାହେଲେ ସେମାନଙ୍କୁ ଭୋଟ ଦେବାର ଅଧିକାର ସହ ସରକାରୀ ଚାକିରୀ ଓ ସମସ୍ତ ସରକାରୀ ଚିକିତ୍ସା ସୁବିଧାରୁ ବଞ୍ଚିତ କରିବା ଦରକାର ବୋଲି ୟୁପିର ଅଲ୍ଲିଗଡରେ ବାବା ରାମଦେବ କହିଛନ୍ତି.  ପୂର୍ବରୁ ରାମଦେବ ମଧ୍ୟ ଏଭଳି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଥିଲେ. ଯାହାରୁ ଦୁଇରୁ ଅଧିକ ପିଲାଥିବେ ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଅନୁମତି ନ ଦିଆଯିବା ଦରକାର. ଏହାସହ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ଏବଂ ସରକାରୀ ଚାକିରୀ ମଧ୍ୟ ନ ଦିଆଯିବା ଦରକାର ବୋଲି ସେ କହିଥିଲେ. ଯେଉଁମାନେ ତାଙ୍କ ପରି ବିବାହ କରିନାହାନ୍ତି ସେଭଳି ଲୋକମାନଙ୍କୁ ସମ୍ମାନ ମିଳିବା ଉଚିତ ବୋଲି ସେ କହିଛନ୍ତି.

 

LEAVE A REPLY

Please enter your comment!
Please enter your name here