କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମଣିକର୍ଣ୍ଣିକା’ ଶେଷରେ ବଡ ପରଦାରେ ମୁକ୍ତିଲାଭ କରିଛି. ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହାକୁ ନେଇ ବହୁ ବାଦ ବିବାଦ ଦେଖିବାକୁ ମିଳିଥିଲା. ମାତ୍ର ବହୁ ସମସ୍ୟାକୁ ସାମ୍ନା କରିବା ପରେ ଶେଷରେ ଏହା ପ୍ରେକ୍ଷାଳୟକୁ ଆସିଛି. କ୍ରିଶ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ କମଲ ଜେନ ଏହାର ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି. ଏହି ଫିଲ୍ମରେ କଙ୍ଗନା ‘ଝାନ୍ସିରାଣୀ’ ଭୂମିକାରେ ନଜର ଆସିଛନ୍ତି. ନିଜ ସ୍ୱାମୀ ଚାଲିଗଲା ପରେ ଝାନ୍ସିରାଣୀ ଚରିତ୍ରଟି କିପରି  ଇଷ୍ଟ ଇଣ୍ଡିଆ କମ୍ପାନୀ ବିପକ୍ଷରେ ବିଦ୍ରୋହ କରୁଛି, ତାକୁ ଚିତ୍ରିତ କରାଯାଇଛି. ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ କି କମାଲ କରୁଛି ଏବଂ ଦର୍ଶକେ କେତେମାତ୍ରାରେ ଏହାକୁ ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା. ଅନ୍ୟପଟେ ‘ମଣିକର୍ଣ୍ଣିକା’ ସହ ‘ଠାକରେ’ ମଧ୍ୟ ବଡ ପରଦାରେ ମୁକ୍ତିଲାଭ କରିଛି. ଏଥିରେ ନୱାଜ ଉଦ୍ଦିନ ସିଦ୍ଦିକଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ. ତେବେ ଗୋଟିଏ ଦିନରେ ଦୁଇ ଦୁଇଟି ହାଇବଜେଟ ଫିଲ୍ମ ରିିଲିଜ ହୋଇଥିବାରୁ ଦୁଇଟି ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ.

 

LEAVE A REPLY

Please enter your comment!
Please enter your name here