ସରୁଛି ବର୍ଷ 2018 , ଆଗମନ କରିବ 2019. ବର୍ଷ 2018ରେ ଆମେ ଅନେକ ଘଟଣା ଓ ଦୁର୍ଘଟଣା ଦେଖିବାକୁ ପାଇଛେ. ତନ୍ମଧ୍ୟରୁ କିଛି ଆମକୁ ଆନନ୍ଦ ଦେଇଥିବା ବେଳେ କିଛି ଆମକୁ କଷ୍ଟ ମଧ୍ୟ ଦେଇଥିଲା. ତେବେ 2018 ରେ ବଲିଉଡର ବହୁ ଚର୍ଚ୍ଚିତ ସିଲେବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ତାହାକୁ ହାଇ ଇକ୍ସେପେନସିଭ ବାହାଘର ମଧ୍ୟ କୁହାଯାଉଥିଲା. ତେବେ ଆସନ୍ତୁ ଜାଣିବା ସେହି ସବୁ ଚର୍ଚ୍ଚିତ ଯୋଡି ବିଷୟରେ ..

ଦିଶା ପାଟନୀ ଓ ଟାଇଗର୍ ଶ୍ରଫ୍:

ବଲିଉଡରେ ବାହାଘର ସିଜିନ୍ ଆରମ୍ଭ ହୋଇଥିଲା ଚର୍ଚ୍ଚିତ ଯୋଡି ଦିଶା ପାଟନୀ ଓ ଟାଇଗର୍ ଶ୍ରଫଙ୍କଠାରୁ. ମିଡିଆରୁ ଦୂରେଇ ଏହି ଯୋଡିଙ୍କ ପ୍ରାଇଭେଟ ସେରିମନିରେ କେବଳ ନିଜ ପରିବାର ଓ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ଗହଣରେ ସଂପନ୍ନ ହୋଇଥିଲା. ତେବେ ଏତେ ଆଡମ୍ବର ସହ ଏହି ବିବାହ ଅନୁଷ୍ଠିତ ହୋଇନଥିଲା. ମାର୍ଚ୍ଚ ମାସ 30 ତାରିଖରେ ଦିଶା ଓ ଟାଇଗର୍ ଦୁହେଁ ବିବାହ କରିଥିଲେ.

ସୋନମ କପୁର ଓ ଆନନ୍ଦ ଆହୁଜା:

ପ୍ରଥମେ ବଲିଉଡରେ ବାହାଘର ସୋନମ କପୁରଙ୍କ ଠାରୁ ଆରମ୍ଭ ହୋଇଥିଲା. ବିଶିଷ୍ଟ ଅଭିନେତା ଅନିଲ କପୁରଙ୍କ ଝିଅ ସୋନମ କପୁର ଓ ବ୍ୟବସାୟୀ ଆନନ୍ଦ ଆହୁଜା ପରସ୍ପରକୁ ନିଜ ଲାଇଫ୍ ପାର୍ଟନର ଭାବେ ବାଛିଥିଲେ. ମେ ମାସ 8 ତାରିଖ 2018ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ. ସୋନମ ବାହାଘରରେ 90 ଲକ୍ଷ ଟଙ୍କାର ମୁଦି ପିନ୍ଧିଥିଲେ ଏବଂ ସେ ପିନ୍ଧିଥିବା ଡ୍ରେସ୍ ମୂଲ୍ୟ 70 ଲକ୍ଷ ଟଙ୍କା ଥିଲା. ତେବେ ଏହି ବିବାହ ସୋନମଙ୍କ ଜଣେ ସଂପର୍କୀୟ କବିତା ସିଂଙ୍କ  ବାନ୍ଦ୍ରା  ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା

ନେହା ଧୂପିଆ ଓ ଅଙ୍ଗଦ ବେଦୀ:

ସୋନମଙ୍କ ପରେ ବିବାହ ପାଳି ପଡିଥିଲା ନେହା ଧୂପିଆଙ୍କର. ନେହା ତାଙ୍କ ବହୁଦିନର ପ୍ରେମିକ ଅଙ୍ଗଦ ବେଦିଙ୍କୁ ପୂରା ଶିଖ୍ ରୀତିନୀତି ଅନୁସାରେ ଗୁରୁଦ୍ୱାରରେ ବିବାହ କରିଥିଲେ. ମେ ମାସ 10 ତାରିଖରେ ଏହି ଦୁଇ ଯୋଡିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା. 2 ଲକ୍ଷ ଟଙ୍କା ମୂଲ୍ୟର ଲେହେଙ୍ଗାରେ ନେହା ବହୁତ ସୁନ୍ଦର ଦେଖାଯାଉଥିଲେ. ତେବେ ସିକ୍ରେଟରେ ଏହି ଯୋଡି ବିବାହ କରିଥିବା ସେହି ସମୟରେ ଚର୍ଚ୍ଚା ହେଉଥିଲା.

ଦୀପିକା ପାଦୁକୋନ ଓ ରଣବୀର ସିଂ:

ଦୀପିକା ଓ ରଣବୀରଙ୍କ ବିବାହକୁ ନେଇ ପୂରା ବଲିଉଡରେ ହଇଚଇ ସୃଷ୍ଟି ହୋଇଥିଲା. ନଭେମ୍ବର 14 ତାରିଖ 2018ରେ ଦୀପିକା ପାଦୁକୋନ ଓ ରଣବୀର ସିଂ ପରସ୍ପରକୁ ନିଜ ଜୀବନସାଥି ରୂପେ ବାଛିନେଥିଲେ ଏବଂ ସେମାନଙ୍କ ବିବାହ ଇଟାଲୀର କୋମୋ ଲେକ୍ ରେ ସଂପନ୍ନ ହୋଇଥିଲା. ଏହି ବିବାହରେ ପାଖାପାଖି 100କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା. ଏହାସହ ସେ 20ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ମଧ୍ୟ କିଣିଥିଲେ.

ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ:

କିଛିମାସର ଅନ୍ତର ପରେ ପୁଣି ବଲିଉଡରେ ବିବାହର ଧୂନ୍ ଦେଖିବାକୁ ମିଳିଥିଲା. ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବିଦେଶୀ ପ୍ରେମିକ ନିକ୍ ଜୋନ୍ସକୁ ଡିସେମ୍ବର 1 ତାରିଖରେ ବିବାହ କରିଥିଲେ. ଜୋଦ୍ଧପୁର ଉମେଦ ଭବନରେ ଏହି ଦୁଇ ଯୋଡିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା. ମାତ୍ର 4 ଦିନ ପାଇଁ ଉମେଦ ଭବନର ମୂଲ୍ୟ ଥିଲା 3.3 କୋଟି ଟଙ୍କା. ଦୁଇ ଜଣଙ୍କ ସଂପତ୍ତିର ମୂଲ୍ୟ 375 କୋଟି ଡଲାର ହୋଇଥିବା ବେଳେ ଦୁହେଁ 18 ଫିଟ୍ ଉଚ୍ଚର ୱେଡିଂ କେକ୍ କାଟିଥିଲେ. ଏହି ବିବାହକୁ ସ୍ମରଣୀୟ କରିବା ପାଇଁ ଦୁହେଁ କୌଣସି ସୁଯୋଗକୁ ହାତଛଡା କରିନଥିଲେ.

କପିଲ୍ ଶର୍ମା ଓ ଗିନି ଚତରଥ୍:

ସେହିପରି ବଲିଉଡରେ ଆଉ ଏକ ବରଯାତ୍ରୀ ନେଇ ଆସିଥିଲେ କମେଡି କିଙ୍ଗ୍ କପିଲ୍ ଶର୍ମା. ନିଜ ଗର୍ଲଫ୍ରେଣ୍ଡ ଗିନି ଚତରଥଙ୍କୁ ସେ ବିବାହ କରିଥିଲେ. ଡିସେମ୍ବର 12 ତାରିଖରେ ଏହି ବିବାହ ଜଲେନ୍ଧରଠାରେ ଅନୁଷ୍ଠିତ ହୋଇଥିଲା. ତେବେ କପିଲଙ୍କ ବିବାହରେ ସାରା ବଲିଉଡ ଉପସ୍ଥିତ ଥିଲା.

ଈଶା ଅମ୍ବାନୀ ଓ ଆନନ୍ଦ ପିରମଲ୍:

2018 ବର୍ଷର ଶେଷ ବାହାଘର ହେଉଛି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବିବାହ. ମୁକେଶଙ୍କ  ମୁମ୍ବାଇସ୍ଥିତ ବାସଭବନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା. ବିବାହ ପାଇଁ ତିଆରି ହୋଇଥିବା ପ୍ରତ୍ୟେକ ନିମନ୍ତ୍ରଣ କାର୍ଡର ମୂଲ୍ୟ 3 ଲକ୍ଷ ଟଙ୍କା ଥିଲା ଏବଂ ସେ ବିବାହରେ ପିନ୍ଧିଥିବା ଡାଇମଣ୍ଡ ଡ୍ରେସର ମୂଲ୍ୟ  90 କୋଟି ଟଙ୍କା ଥିଲା. ତେବେ ଏହି ବିବାହକୁ 2018ର ସବୁଠୁ ହାଇ ବଜେଟ ବାହାଘର କୁହାଯାଉଛି.

LEAVE A REPLY

Please enter your comment!
Please enter your name here