ଦିନିକିଆ ଓଡିଶା ଗସ୍ତରେ ଆସିଥିବା କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ଉଭୟ ରାଜ୍ୟ ଓ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ତମାଣ୍ଡୋ ସଭାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଉଭୟ ମୋଦୀ ଓ ନବୀନଙ୍କ ନୀତି ଏକା ପ୍ରକାରର ଏବଂ ନବୀନଙ୍କୁ ମୋଦୀଙ୍କ ଜୁନିଅର କହି ଆକ୍ଷେପ କରିଛନ୍ତି ସେ । ୧୯ ବର୍ଷର ବିଜେଡି ସରକାର ଓ ୫ ବର୍ଷର ମୋଦୀ ସରକାରକୁ ଚାଷୀ ବିରୋଧୀ ବୋଲି ଦର୍ଶାଇଛନ୍ତି ରାହୁଲ । ତେବେ କଂଗ୍ରେସ କ୍ଷମତାକୁ ଆସିଲେ ଏଇଟା କରିବ, ସେଇଟା କରିବ କହି ପ୍ରତିଶ୍ରୁତି ବର୍ଷା କରିଛନ୍ତି ରାହୁଲ । ତମାଣ୍ଡୋ ମିନି ଷ୍ଟାଡିଅମରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ଭିତରେ କୃଷି ଋଣ ଛାଡ଼ କରିବ ବୋଲି ଘୋଷଣା କରିଛନ୍ତି । ସବୁ ଜିଲ୍ଲାରେ ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ମଧ୍ୟ ଘୋଷଣା କରିଛନ୍ତି ରାହୁଲ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬ ଶହ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ରାହୁଲ କହିଛନ୍ତି, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ସରକାରକୁ ଆସିବା ପରେ କୃଷି ଋଣ ଛାଡ଼ କରିଛି । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଆମେ ପୁରା କରିଛୁ । ଏସବୁ କରି ଆମେ ଚାଷୀଙ୍କୁ ଦୟା କରୁନୁ, ବରଂ ତାଙ୍କର ହକ ଦେଉଛୁ ବୋଲି ରାହୁଲ କହିଛନ୍ତି । ପ୍ରାକୃତିକ ସଂପଦରେ ଭରପୂର ଓଡିଶା ଗରିବ ନୁହେଁ, ବରଂ ରାଜ୍ୟ ସରକାରଙ୍କ ଅପାରଗତାରୁ ରାଜ୍ୟବାସୀ ଗରିବ ହୋଇ ରହିଛନ୍ତି ବୋଲି ସେ କହିଥିଲେ । କେନ୍ଦ୍ର ମୋଦୀ ସରକାରକୁ ନବୀନ ସବୁ କ୍ଷେତ୍ରରେ ସମର୍ଥନ ଦେଇ ଆସୁଛନ୍ତି ବୋଲି ଅଭଯୋଗ କରିବା ସହ ମୋଦୀ ସିବିଆଇ ରିମୋର୍ଟ ଧରି ନବୀନଙ୍କୁ ଉଠ୍ ବସ୍ କରୁଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here