ଯେଉଁଠୁ ଆରମ୍ଭ ହୋଇଥିଲା ଏବେ ସେଠି ପୁଣି ବଢିଲାଣି କରୋନା ଚିନ୍ତା । କରୋନା ସଙ୍କ୍ରମଣ ବୃଦ୍ଧିକୁ ନେଇ ବଢୁଛି ଚୀନର ଚିନ୍ତା । ଗତ କିଛି ଦିନ ଧରି ଚୀନର ବିଭିନ୍ନ ସହରରେ ସଙ୍କ୍ରମଣ ବୃଦ୍ଧି ପାଉଥିବା ନଜରକୁ ଆସିଛି । ଏଣୁ ସତର୍କତାମୂଳକ ପଦକ୍ଷ ଭାବେ ଚୀନର ଉହାନ ସହରରେ ରହୁଥିବା ୧ କୋଟି ୧୦ ଲକ୍ଷ ନାଗରିକଙ୍କ କୋଭିଡ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଉହାନର କିଛି ପ୍ରବାସୀ ଶ୍ରମିକଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ବେଜିଂରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଜାରି ହୋଇଛି କଟକଣା । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ଚୀନ ପ୍ରଶାସନ । ଗତବର୍ଷ ଉହାନ ସହରରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏହାସହ ଧିରେ ଧିରେ ପଜିଟିଭ୍ ସଂଖ୍ୟା ବଢିଥିଲା ।

LEAVE A REPLY

Please enter your comment!
Please enter your name here