ସାଧାରଣ ନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିବା ବେଳେ ପୁଣି ସକ୍ରୀୟ ହୋଇଛି ସିବିଆଇ. ସମ୍ବାଦ ସରବରାହ ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚିଟଫଣ୍ଡ ମାମଲାରେ ବର୍ଷବର୍ଷ ଧରି ହାତବାନ୍ଧି ବସିଥିବା ସିବିଆଇ ବିଜେଡିର ଦୁଇ ବିଧାୟକଙ୍କ ନିକଟକୁ ନୋଟିସ ଜାରୀ କରିଛି. ପୂର୍ବତନ ମନ୍ତ୍ରୀ ଥିବା ଦୁଇ ଯୁବନେତା ହେଲେ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁ. ତେବେ ଅତନୁ ଓ ଅରୁଣଙ୍କ ବ୍ୟତୀତ ଆଉ କିଛି ବିଜେଡି ନେତାଙ୍କୁ ନିର୍ବାଚନ ପୂର୍ବରୁ ସିବିଆଇ ଜାଲରେ ଛନ୍ଦିବାକୁ ଯୋଜନା କରାଯାଇଛି. ସିବିଆଇର ସ୍ବାଧୀନତାକୁ ନେଇ ପୂର୍ବରୁ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଏବେ ଦୁଇ ବିଧାୟକଙ୍କୁ ନୋଟିସ ପଠାଯିବା ପଛରେ ରାଜନୈତିକ ଗନ୍ଧ ବାହାରୁଥିବା କୁହାଯାଉଛି. ପୂର୍ବରୁ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ବିଜେଡି ସାଂସଦ ରବୀନ୍ଦ୍ର ଜେନା ହାଇକୋର୍ଟରୁ ଆଗୁଆ ଜାମିନ ନେଇଛନ୍ତି. ସିସୋର, ଅର୍ଥତତ୍ତ୍ବ ସମେତ ଆଉ କିଛି ଚିଟଫଣ୍ଡ ମାମଲାରେ ବିଜେଡି ନେତାଙ୍କ ବିରୋଧରେ ଅଭିଯୋଗ ଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ସିବିଆଇ ସେମାନଙ୍କୁ ନୋଟିସ ଜାରୀ କରୁ ନଥିଲା. ଏବେ ନିର୍ବାଚନ ସମୟ ପାଖେଇ ଆସିବାରୁ ବେଳକାଳ ଦେଖି ବିଜେପି ନେତା ସିବିଆଇ ପେଡି ଖୋଲିଛନ୍ତି. ଗଣମାଧ୍ୟମରେ ସିବିଆଇ ନୋଟିସ ପ୍ରସଙ୍ଗକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି. ନିର୍ବାଚନ ଆଚରଣବିଧି ଲାଗୁ ପାଇଁ ଆଉ ତିନି ଚାରି ସପ୍ତାହ ବାକିଥିବା ବେଳେ ଏଭଳି କାର୍ଯ୍ୟ ଆରମ୍ଭ ହୋଇଛି. ସିବିଆଇର ବିଶ୍ବସନୀୟତା ସମସ୍ତେ ଜାଣିଛନ୍ତି.

LEAVE A REPLY

Please enter your comment!
Please enter your name here