ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲିବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୪୩ ଅଟକ । ୪୩ରୁ ଅଧିକ ଆନ୍ଦୋଳନକାରୀଙ୍କୁ ସହରର ବିଭିନ୍ନ ଥାନାରେ ଅଟକ ରଖିଛି ପୋଲିସ । ପଥରମାଡରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତ ପୋଲିସ କର୍ମଚାରୀ ଓ ହନୁମାନ ଜୟନ୍ତୀ ସମୋନୟ ସମ୍ମିତି ସଦସ୍ୟଙ୍କୁ ସଦର ମେଡିକାଲରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ସୋସିଆଲ ମିଡିଆରେ ଉସୁକାଇବା ଭଳି ମେସେଜ ରୋକିବାକୁ ଏ ପଦକ୍ଷେପ ନିଆଯାଇଛି ।
ଟାଉନଥାନା ଅଞ୍ଚଳ, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଣ୍ଠାପାଲି ପାଲି ଥାନା, ବରେହି ପାଲି ଓ ସଦର ଥାନା ଅଞ୍ଚଳରେ ଲାଗୁ ହୋଇଛି ୧୪୪ ଧାରା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଗତକାଲି ସମ୍ବଲପୁର ଧନୁପାଲି ଛକରୁ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଯିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳ ହୋଇଥିଲା । ଗଣ୍ଡୋଗୋଳରୁ ପଥରମାଡ ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହିତ କାର , ବାଇକ୍ ଭଙ୍ଗାରୁଜା କରିଛନ୍ତି ।

LEAVE A REPLY

Please enter your comment!
Please enter your name here