ଦୁଇ ବର୍ଷ ପୂର୍ବରୁ ଟେଲିକମ ସେକ୍ଟରରେ ରିଲାଏନ୍ସ ଜିଓ ଆସିବା ଫଳରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା. କାରଣ ଜିଓ ଆସିବାରୁ ଗୋଟିଏ ପ୍ଲାନରେ ଡାଟା, କଲିଂ, ଏସଏମଏସ ଓ ରୋମିଂ ଭଳି ସୁବିଧା ଗ୍ରାହକଙ୍କୁ ଉପଲବ୍ଧ ହୋଇଥିଲା. ସେତେବେଳେ ଅନ୍ୟ ଟେଲିକମ କମ୍ପାନୀମାନେ ଡାଟା, କଲିଂ, ଏସଏମଏସ ଓ ରୋମିଂ ପାଇଁ ଅଲଗା ଅଲଗା ପ୍ଲାନ ମାଧ୍ୟମରେ ଗ୍ରାହକଙ୍କ ଠାରୁ ଅଧିକ ମୂଲ୍ୟ ନେଉଥିଲେ. ହେଲେ ସମୟ ବଦଳିଲା ଓ ଟେଲିକମ ସେକ୍ଟରରେ ରିଲାଏନ୍ସ ଜିଓର ପ୍ରବେଶ ଏହାର ପୂରା ନକ୍ସା ବଦଳାଇ ଦେଲା. ଏବେ ଏହା ସହ ଆଉ ଏକ ଅଧ୍ୟାୟ ଯୋଡି ହୋଇଛି. ଜିଓ ଫୋନରେ ଏବେ ଗ୍ରାହକଙ୍କୁ ଏକ ରେଲ୍ ଆପ ମିଳିବ. ଯାହା ମାଧ୍ୟମରେ ସେମାନେ ଟିକଟ ବୁକ କରିବା ସହ ଖାଦ୍ୟପାନର ସୁବିଧା ପାଇବେ ଏବଂ ଟିକଟ ରଦ୍ଦ ମଧ୍ୟ କରିବା ସହ ପିଏନଆର ଷ୍ଟାଟସ ମଧ୍ୟ ଚେକ୍ କରିପାରିବେ.

 

 

LEAVE A REPLY

Please enter your comment!
Please enter your name here