ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସିମର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି. ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ. ତେବେ ମୃତକ ଜଣକ ସତ୍ୟବ୍ରତ ପାତ୍ର ବୋଲି ଜଣାପଡିଛି. ସୂଚନା ଅନୁସାରେ, ସବୁଦିନ ପରି ସତ୍ୟବ୍ରତ ଗତ କାଲି ରାତିରେ ଭୋଜନ କରିବା ପରେ ଶୋଇବାକୁ ଯାଇଥିଲେ. ତାଙ୍କ ସହ ନରେନ୍ଦ୍ର ନାମକ ଜଣେ ବ୍ୟକ୍ତି ମଧ୍ୟ ରହୁଥିଲା. ନରେନ୍ଦ୍ର ସବୁବେଳେ ମଦ ପିଇବାରୁ ସତ୍ୟବ୍ରତ ଓ ନରେନ୍ଦ୍ର ମଧ୍ୟରେ ପାଟିତୁଣ୍ଡ ଲାଗୁଥିଲା. ଏହାକୁ ନେଇ ଗତକାଲି ରାତିରେ ମଧ୍ୟ ଯୁକ୍ତିତର୍କ ହୋଇଥିଲା. ଯାହାଫଳରେ ନରେନ୍ଦ୍ର ରାଗ ରଖି ସତ୍ୟବ୍ରତକୁ ଟାଙ୍ଗିଆରେ ହାଣିଥିଲା. ଫଳରେ ସତ୍ୟବ୍ରତର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା. ଏଭଳି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ନିଜ ଦୋଷକୁ ଘର କାନ୍ଥରେ ଲେଖି ଫେରାର ହୋଇଯାଇଥିବା ସୂଚନା ରହିଛି. ଅନ୍ୟପଟେ ପୋଲିସ ପହଞ୍ଚି ଘଟଣାର ଛାନ୍ ଭିନ୍ ଆରମ୍ଭ କରିଛି.

 

LEAVE A REPLY

Please enter your comment!
Please enter your name here