ବହୁ ଚର୍ଚ୍ଚିତ ସମ୍ବଲପୁରୀ ଅଭିନେତ୍ରୀ ସିମରନ ସିଂ ହତ୍ୟା ମାମଲାରେ ସିମରନଙ୍କ ପରିବାର ଏବେ ଧାରଣାରେ ବସିଛନ୍ତି. ସିମରନଙ୍କ ମୃତ୍ୟୁକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଦୋଷୀକୁ ଏ ଯାଏଁ ଦଣ୍ଡ ମିଳିନାହିଁ ବୋଲି କହିଛନ୍ତି ପରିବାର ଲୋକେ. ଶନିବାର ସିମରନଙ୍କ  ପରିବାର ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସି ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ସେମାନେ କହିଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସିମରନ ମୃତ୍ୟୁ ମାମଲାରେ ପୋଲିସ ତାଙ୍କ ସ୍ୱାମୀ ଧ୍ରୁବରାଜ ସୁନାଙ୍କୁ ଗିରଫ କରିଥିଲା. ତେବେ ଏହି ଘଟଣାରେ ସିମରନଙ୍କ ଶାଶୁଘର ଲୋକଙ୍କ ସଂପୃକ୍ତ ଅଛି ବୋଲି ତାଙ୍କ ପରିବାର ଦାବି କରିଛନ୍ତି.

 

 

 

LEAVE A REPLY

Please enter your comment!
Please enter your name here