ହାମିଲଟନରେ ପରାସ୍ତ ହେବାପରେ ୱେଷ୍ଟପାକରେ ହେବାକୁ ଥିବା ପଞ୍ଚମ ତଥା ଶେଷ ଦିନିକିଆରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇବା ଲକ୍ଷ୍ୟରେ ରହିଛି. ତେବେ ପୂର୍ବ ମ୍ୟାଚରେ ଉଭୟ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ଓ ଶେଷରେ ଭାରତୀୟ ଦଳ 92 ରନରେ ଅଲଆଉଟ ହୋଇଥିଲା. ଏହାର ବଦଲା ନେବା ପାଇଁ ଆତ୍ମବିଶ୍ୱାସ ସହ ରବିବାର ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍. ଭାରତର ଅନୁଭବି ଖେଳାଳୀ କୁହାଯାଉଥିବା ମହେନ୍ଦ୍ର ସିଂ ଧୋନୀ ନିଜ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଗତ ଦୁଇଟି ମ୍ୟାଚ ଖେଳିପାରିନଥିଲେ. ପୂର୍ବ ମ୍ୟାଚରେ ପରାସ୍ତ ହେବା ପରେ ଧୋନୀଙ୍କ ଟିମକୁ ପ୍ରତ୍ୟାବର୍ତ୍ତନ ଭାରତୀୟ ଟିମର ମନୋବଳକୁ ଏକପ୍ରକାର ବଢାଇବ ବୋଲି ମଧ୍ୟ କୁହାଯାଉଛି.

LEAVE A REPLY

Please enter your comment!
Please enter your name here