ଆସନ୍ତା 7 ତାରିଖରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା. ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ. 19 ବର୍ଷ ଧରି ବିଜେଡି ସରକାର ଶାସନରେ ରହିଥିଲେ ବି ଯୁବକ ଯୁବତୀଙ୍କ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି କହିଛି ବିଜେପି ଯୁବ ମୋର୍ଚ୍ଚା. ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରା ନଗଲେ, ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି. ତେବେ 7 ତାରିଖରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ପୁନମ ମହାଜନ ସାମିଲ ହେବେ ବୋଲି କୁହାଯାଉଛି.

LEAVE A REPLY

Please enter your comment!
Please enter your name here