ଶେଷରେ ନିଜ ଚାକିରୀରୁ ଇସ୍ତଫା ଦେଇଛନ୍ତି ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ଡକ୍ତର ଅଶ୍ୱିନୀ ପୂଜାହାରୀ । ବାଧ୍ୟତାମୂଳକଭାବରେ ଛୁଟିରେ ରଖାଯାଇଥିବା ଡ. ପୂଜାହାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଉତ୍ତର ନ ମିଳିବାରୁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଶୁକ୍ରବାର ରାଜ୍ୟପାଳଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡ. ପୂଜାହାରୀ । ଲୁଣ ଚିକିତ୍ସାକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ପୂଜାହାରୀ । ରାଜ୍ୟ ସରକାର ଗତ ଡିସେମ୍ବର ମାସ ୭ତାରିଖରେ ଡ.ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘଦିନ ଛୁଟିରେ ରହିବା ପରେ ପୂଜାହାରୀ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଶେଷରେ ସେ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି  ।

ଇସ୍ତଫା ପତ୍ରରେ ଅଶ୍ୱିନୀ ଲେଖିଛନ୍ତି ଭିମସାରରେ କର୍ମଚାରୀମାନେ ସବୁବେଳେ ବିଳମ୍ବରେ କ୍ଲାସକୁ ଆସୁଥିଲେ । ଆଉ ସେଥିପାଇଁ ମୁଁ କ୍ଲାସ ଆରମ୍ଭ ହେବା ପୂର୍ବରୁ ୧୫ ମିଟିନ କ୍ଲାସରେ ବସୁଥିଲି । ଡାକ୍ତରଙ୍କ ସହ ପିଜି ଷ୍ଟୁଡେଣ୍ଟମାନେ ମଧ୍ୟ ବିଳମ୍ବରେ ଆସୁଥିଲେ । ଏହାବ୍ୟତୀତ ନର୍ସମାନେ ଡ୍ୟୁଟି ସମୟରେ ବେସରକାରୀ ଭାବେ ତଥା ନର୍ସିଂ ହୋମରେ କାମ କରୁଥିଲେ । ଏଥିପାଇଁ ମୁଁ ବାରମ୍ବାର ବିରୋଧ କରୁଥିଲି । ଯାହାଫଳରେ ମୋ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିଲା ।
ସୂଚନାଯୋଗ୍ୟ ସମ୍ବଲପୁର ଭିମସାର ନିର୍ଦ୍ଦେଶକ ଡକ୍ଟର ଅଶ୍ୱିନୀ ପୂଜାହାରୀଙ୍କ ଲୁଣ ଚିକିତ୍ସା ପଦ୍ଧତିକୁ ନେଇ ବିବାଦ ଦେଖାଦେଇଥିଲା । କ୍ୟାନସର ଭଳି ରୋଗ କିମ୍ବା କୌଣସି ସଂକ୍ରମଣ ସ୍ଥାନରେ ଲୁଣ ଦେଇ ଚିକିତ୍ସା କରୁଥିବାରୁ ବିବାଦ ଘେରକୁ ଆସିଥିଲେ ଭିମସାର ନିର୍ଦ୍ଦେଶକ । ଆଉ ସେଥିପାଇଁ ତାଙ୍କୁ ଛୁଟିରେ ପଠାଯାଇଥିଲା । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଂଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ହେଲେ ତାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ବଡ ବିବାଦ ମୁଣ୍ଡ ଟେକିଥିଲା ।

LEAVE A REPLY

Please enter your comment!
Please enter your name here