ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଅବସର ଗ୍ରହଣ କରିବା ପରେ କେନ୍ଦ୍ର ସରକାର ଧୀରଜ ସେଠଙ୍କୁ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ସେ ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟଭାର ସମ୍ଭାଳିବେ।ଦାୟିତ୍ୱ ଗ୍ରହଣ ପୂର୍ବରୁ ଧୀରଜ ସେଠ୍ ଭାରତୀୟ ସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ। ସେ ଚଳିତ ବର୍ଷ ଏପ୍ରିଲ୍ ୧ ତାରିଖରେ ସେନା ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ), ଖଡକୱାସଲାର ପୂର୍ବତନ ଛାତ୍ର। ତାଙ୍କୁ ଡିସେମ୍ବର ୧୯୮୬ରେ ଆର୍ମର୍ଡ କୋରରେ କମିଶନ ପ୍ରଦାନ କରାଯାଇଥିଲା। ଜମ୍ମୁ ଓ କାଶ୍ମୀରରେ ବିଦ୍ରୋହ ବିରୋଧୀ ଅଭିଯାନରେ ନିୟୋଜିତ ଡିଭିଜନ ସ୍ତରୀୟ ‘ୟୁନିଫର୍ମ ଫୋର୍ସ’ର ନେତୃତ୍ୱ ମଧ୍ୟ ସେ ସଫଳତାର ସହ ତୁଲାଇଛନ୍ତି।ବିଭିନ୍ନ ଅପରେସନ ଓ ରଣନୈତିକ ଦାୟିତ୍ୱରେ ତାଙ୍କର ଅଭିଜ୍ଞତା ଏବଂ ନେତୃତ୍ୱ ଦକ୍ଷତା ତାଙ୍କୁ ଭାରତୀୟ ସ୍ଥଳସେନାର ସର୍ବୋଚ୍ଚ ପଦରେ ପହଞ୍ଚାଇଛି।

LEAVE A REPLY

Please enter your comment!
Please enter your name here