ଆତଙ୍କବାଦୀମାନେ ବହୁତ ବଡ ଭୁଲ କରିଦେଇଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ ମୁଲ୍ୟ ଦେବାକୁ ପଡିବ । କୌଣସି ପରିସ୍ଥିତିରେ ସେମାନଙ୍କୁ ଛଡା ଯିବ ନାହିଁ । ପୁଲୱାମା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ସାରା ଦେଶ ଏବେ ଏକାଠି ହୋଇ ମୁକାବିଲା କରୁଛି । ସାରା ବିଶ୍ୱ ଜାଣୁ , ଆମେ ଜିତିବା ପାଇଁ ଲଢେଇ କରୁଛୁ । ଆମ ପଡୋଶୀକୁ ଲାଗୁଛି ଏମିତି କରି ଆମକୁ ହଇରାଣ କରିବ । ଯେଉଁ ରାସ୍ତାରେ ସେ ପଡୋଶୀ ରାଷ୍ଟ୍ର ଚାଲୁଛି , ତାହା ବରବାଦର ରାସ୍ତା । ଏହି ହମଲାର ମୁହଁ ତୋଡ ଜବାବ ଦିଆଯିବ । ସବୁ ଦେଶ ଏକ ସ୍ୱର, ଏକ ମତ ହେଲେ, ଆତଙ୍କବାଦ ରହିବନି ବୋଲି ମୋଦି କହିଛନ୍ତି ।

ପୁଲୱାମା ଆକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆତଙ୍କବାଦୀ ଆକ୍ରମଣକୁ ସେ ଦୃଢ ନିନ୍ଦା କରିଛନ୍ତି । ସହିଦଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

ପୋଲିସ ଡିଜି ଆର.ପି ଶର୍ମା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଆକ୍ରମଣ କରି ସେମାନେ ହତୋସôାହିତ କରିପାରିବେନି ବୋଲି ଶର୍ମା କହିଛନ୍ତି । ଅଧିକ ସଶକ୍ତ ହୋଇ ଲଢିବାର ମନୋବଳ ଆସିବ । ସମସ୍ତେ କହୁଛନ୍ତି ଏହି ବଳିଦାନ ବ୍ୟର୍ଥ ଯିବନି, ମୋର ବି ଏଇ ମତ ବୋଲି ଶର୍ମା କହିଛନ୍ତି ।

କଶ୍ମୀର ପୁଲୱାମା ବିସ୍ପୋରଣରେ ସାରା ଦେଶରେ ଏକ ଆଲୋଡନ ସୃଷ୍ଟି କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଆଜି ସମ୍ବଲପୁର ଗସ୍ତକୁ ବାତିଲ କରାଯାଇଛି । ଦେଶବ୍ୟାପୀ ସବୁ ରାଜନୈତିକ କାର୍ଯ୍ୟକ୍ରମକୁ ଦଳ ବାତିଲ କରିଛି । ସାରା ଦେଶରେ ଲୋକ ଆଜି ମର୍ମାହତ ହୋଇଛନ୍ତି । କଂଗ୍ରେସ ମଧ୍ୟ ନିଜର ଦଳୀୟ କାର୍ଯ୍ୟକ୍ରମ ବାତିଲ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆତଙ୍କବାଦୀ ଆକ୍ରମଣକୁ ସେ ଦୃଢ ନିନ୍ଦା କରିଛନ୍ତି । ସହିଦଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

  ପୁଲୱାମା ଆତଙ୍କୀ ହମଲା ନେଇ କଂଗ୍ରେସ ବି ଉଦବେଗ ପ୍ରକାଶ କରିଛି । ଘଟଣାକୁ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ କହିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଦେଶର ଏକତାକୁ ଭାଙ୍ଗିବାରେ ଲାଗି ପଡିଛନ୍ତି ଆତଙ୍କବାଦୀ । କୌଣସି ବି ଶକ୍ତି ଦେଶକୁ ବିଭାଜନ କରିପାରିବନି ବୋଲି ରାହୁଲ ଗାନ୍ଧି କହିଛନ୍ତି । ଭାରତର ଆତ୍ମା ଉପରେ ଆକ୍ରମଣ ହୋଇଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ଏଭଳି ସମୟରେ ଯବାନ ଓ ସରକାରଙ୍କ ସହ ସବୁ ବିରୋଧୀ ଅଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here