ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ଆସିଲା ରାୟ । ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶ ଘୋଷଣା କଲେ କୋର୍ଟ । ଲକ୍ଷ୍ନୌ ସିବିଆଇ ସ୍ପେଶାଲ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା । ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ ପ୍ରମାଣ ନାହିଁ ବୋଲି କୋର୍ଟ କହିଛି । ବାବ୍ରୀ ଭଙ୍ଗକୁ ପୂର୍ବଯୋଜନା ପ୍ରସୂତ କୁହାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । ଏହା ସାମୟିକ ଆବେଗ ହୋଇପାରେ , ପୂର୍ବ ଯୋଜନାପ୍ରସୂତ ନୁହେଁ । ସିବିଆଇ ଯେଉଁ ଆରୋପ ଲଗାଇଥିଲା ତାର କିଛି ପ୍ରମାଣ ନାହିଁ । ପ୍ରମାଣ ପାଇଁ ଦାଖଲ ଭିଡିଓ ଟ୍ୟାମ୍ପରିଂ ହୋଇଥିବା କହିଛନ୍ତି କୋର୍ଟ । ଉମା ଭାରତୀ, ବିନୟ କଟିୟାର, ମହନ୍ତ ନୃତ୍ୟ ଗୋପାଳ ଦୋଷମୁକ୍ତ ।

LEAVE A REPLY

Please enter your comment!
Please enter your name here