ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢେଇ କରିବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି. ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପୁଲଓାମା ଆକ୍ରମଣକୁ ନିନ୍ଦା କରାଯିବା ସହ ସୀମାନ୍ତରେ ଅବା ଦେଶର ଯେକୈଣସି ଭାଗରେ ଆତଙ୍କବାଦକୁ ମିଳିତ ଭାବେ ମୁକାବିଲା କରିବାକୁ ନିଷ୍ପତ୍ତି ନିଆଯାଇଛି. ଅନ୍ୟପଟରେ ମହାରାଷ୍ଟ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି . ଯେତେ ଚେଷ୍ଟା କଲେ ବି ଆତଙ୍କବାଦୀ ଖସି ପାରିବେ ନାହିଁ ଏବଂ ସେମାନଙ୍କୁ ଖୋଜି ଖୋଜି କରି ଦଣ୍ଡ ଦିଆଯିବ ବୋଲି ମୋଦୀ କହିଛନ୍ତି ।
ମୋଦୀ କହିଛନ୍ତି ଯେ, ପୁଲୱାମାରେ ଯାହା ହେଲା ତାକୁ ନେଇ ଦେଶବାସୀଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଛି । ଯେଉଁ ପରିବାର ବୀର ପୁତ୍ରଙ୍କୁ ହରାଇଛି ତାଙ୍କ ବ୍ୟଥା ଅନୁଭବ କରି ହେଉଛି । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଆତଙ୍କବାଦୀମାନେ ବହୁତ ବଡ ଭୁଲ କରିଛନ୍ତି । ସେମାନେ ଲୁଚିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ବଂଚି ପାରିବେ ନାହିଁ । ତାଙ୍କୁ ଦଣ୍ଡ ନିଶ୍ଚିନ୍ତ ମିଳିବ ।