ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଚଣ୍ଡ ରୌଦ୍ରତାପ ଭିତରେ ଲୋକେ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇ ଶୃଙ୍ଖଳାର ସହ ଭୋଟଦାନ କରୁଛନ୍ତି । ସକାଳ ନ’ଟା ସୁଦ୍ଧା 9.75 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ମୋଟ 253 ବୁଥରେ ମତଦାନ ଚାଲିଛି ଏବଂ ସବୁ ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପି ପ୍ରାର୍ଥୀ ଟଙ୍କଧର ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here