ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ 40 ଯବାନ ସହିଦ ହୋଇଥିଲେ. ଏହାକୁ ନେଇ ସାରାଦେଶ ସ୍ତବ୍ଧ ହୋଇଥିବା ବେଳେ ସୋମବାର ପୁଣି 4 ଜଣ ଯବାନ ଆତଙ୍କବାଦୀ ଗୁଳିରେ ସହିଦ ହୋଇଛନ୍ତି. ଏହାକୁ ନେଇ ସାରାଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି. କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ସ୍ଥାନୀୟ ଯୁବକ ସଂଘ ମଧ୍ୟ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି. ଶୋଭାଯାତ୍ରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଶୋଭାଯାତ୍ରାରେ ମହାଲିଙ୍ଗ ଅଞ୍ଚଳର ବଣିକ ସଂଘ ଗାଡି ମାଲିକ ସଂଘ, ସାମ୍ବାଦିକ ସଂଘ ଏବଂ ସାଧାରଣ ଲୋକ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ. ଅନ୍ୟପଟେ ଭୁବନେଶ୍ୱରରେ ମଧ୍ୟ ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବା ବେଳେ ଏବିଭିପି ପକ୍ଷରୁ ରାଜମହଲ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା. ଏଥିରେ କମଳା ନେହେରୁ କଲେଜର ଛାତ୍ରୀମାନେ ସାମିଲ ହୋଇ ପାକିସ୍ତାନ ମୁର୍ଦ୍ଦାବାଦ ବୋଲି ନାରା ଦେଇଥିଲେ. ପାକିସ୍ତାନକୁ ମଧ୍ୟ କଡା ଜବାବ ଦିଆଯିବ ବୋଲି ସେମାନେ କହିଥିଲେ.

LEAVE A REPLY

Please enter your comment!
Please enter your name here