କୁଆଖାଇ ନଦୀର ବଙ୍କୁଆଳ ଘାଟରୁ ମିଳିଛି ନିଖୋଜ ଯୁବକଙ୍କ ମୃତଦେହ. ମୃତକ ଜଣକ ହେଉଛନ୍ତି ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟରତ 29 ବର୍ଷିୟ ସନ୍ଦୀପ ନାୟକ. ଜୁଲାଇ 31 ତାରିଖ ସନ୍ଧ୍ୟାରେ ନଦୀରୁ ସନ୍ଦୀପଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ.
ସନ୍ଦୀପଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି. ଏପଟେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ନଆସିବା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ଡିସିପି ଅନୁପ ସାହୁ. ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁ ଜଣାପଡିବ ବୋଲି କହିଛି ପୋଲିସ.
ପରିବାର ଲୋକଙ୍କ କହିବା ଅନୁସାରେ, ଜୁଲାଇ 28 ତାରିଖରୁ ସନ୍ଦୀପ ନିଖୋଜ ଥିଲେ. ଏ ସଂପର୍କରେ ସନ୍ଦୀପଙ୍କ ବାପା ମର୍କତନଗର ଥାନାରେ ଅଭିଯୋଗ କରିଥିଲେ. ମାତ୍ର ତାଙ୍କର କୌଣସି ପତ୍ତା ମିଳିନଥିଲା.
ଆଇନଜିବୀ ସନ୍ଦୀପଙ୍କ ଘର ବ୍ରହ୍ମପୁରରେ ମାତ୍ର ସେ ସେ କଟକ ସିଡ଼ିଏ ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ.