କାନ୍ଧରେ ସ୍ତ୍ରୀର ଶବ ବୋହି ଚର୍ଚ୍ଚାକୁ ଆସିଥିଲେ ଦାନ ମାଝୀ. ମୃତଦେହକୁ ସମ୍ମାନ ଦେବା ପାଇଁ ନିୟମ କଲେ ସରକାର. ମହାପ୍ରୟାଣ ଗାଡିର ବ୍ୟବସ୍ଥା କରାଗଲା. ଡାକ୍ତରଖାନା କର୍ତ୍ତୃପକ୍ଷ ଗାଡି ଯୋଗାଇଦେବେ. ମାତ୍ର ଶବକୁ ସମ୍ମାନ ଦେବାରେ ପୁଣି ବ୍ୟତିକ୍ରମ. ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲ୍ଲି ପଞ୍ଚାୟତରେ ସରକାରଙ୍କ ଯୋଜନାକୁ ଫୁ କରିଦେଇଛି ପ୍ରଶାସନ. ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା କୃଷ୍ଁପାଲି ଗାଁର ପାଞ୍ଚ ମହାକୁଡଙ୍କ ମୃତ୍ଯୁ ହୋଇଥିଲା. ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡିକୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମୃତକଙ୍କ ଭିଣୋଇ ଚତୁର୍ଭୁଜ ସାଇକେଲରେ ବାନ୍ଧି ଶବ ସଂସ୍କାର ପାଇଁ ନେଇଥିଲେ. ଏହି ଘଟଣା ପୁଣି ମହାପ୍ରୟାଣ ଯୋଜନାର ବିଫଳତାକୁ ଅଙ୍ଗୁଳି ଦେଖାଇଛି.

LEAVE A REPLY

Please enter your comment!
Please enter your name here