ଗତ ଦୁଇଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ ଶେଷରେ ଯନ୍ତାରେ ପଡିଛି. ବିମାନବନ୍ଦର ନିକଟ କାର୍ଗୋ ଗେଟ ପାଖରେ ବସାଯାଇଥିବା ଯନ୍ତାରେ ଧରା ପଡିଛି ବାଘ. ବାଘକୁ ଧରିବା ପାଇଁ ଯନ୍ତାରେ ଛେଳି ଓ କୁକୁଡା ରଖାଯାଇଥିଲା. ଶେଷରେ କୁକୁଡା ଖାଇବାକୁ ଆସି ଯନ୍ତାରେ ପଡିଲା ବାଘ. ରବିବାର ରାତିରେ ପଳାସପଲ୍ଲୀ ନିକଟରେ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା. ଏହି ଖବର ପ୍ରଚାର ହେବା ପରେ ରାଜଧାନୀବାସୀ ଆତଙ୍କିତ ହୋଇପଡିଥିଲେ. ଏହାପରେ ପୁରୁଣା ବିମାନବନ୍ଦରକୁ ଯାଇଥିବା ରାସ୍ତାକୁ ବନ୍ଦ କରାଯାଇଥିଲା. ପରେ ବନ ବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ‘ଅପରେସନ ଲେପାର୍ଡ’.

LEAVE A REPLY

Please enter your comment!
Please enter your name here