ଆଜି ଭାରତ ବନ୍ଦ ।ଦୋକାନ, ବଜାର, ବ୍ୟବସାୟ ପ୍ରତିଷ୍ଠାନ ସମେତ ଯାନବାହନ ଚଳାଚଳ ବନ୍ଦ ରହିଛି। ଜିଏସଟି , ବର୍ଦ୍ଧିତ ତୈଳ ଦର ଏବଂ ଇ-ୱେ ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ ୟୁନିୟନ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଟକ ନଗର ବ୍ୟବସାୟୀ ମହାସଂଘ ।ଦେଶର ପ୍ରାୟ ୪୦ ହଜାର ଟ୍ରେଡ ଆସୋସିଏସନ ମଧ୍ୟ ସମର୍ଥନ ଜଣାଇଛି । ଫଳରେ ଆଜି ପ୍ରାୟ ୨୦ ଲକ୍ଷ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବାର ସମ୍ଭାବନା ରହିଛି । ଜିଏସଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକସ୍ତରରେ ଅତିଷ୍ଠ ହୋଇସାରିଲେଣି । ଜିଏସଟି ଆଇନ ଯୋଗୁଁ ବ୍ୟବସାୟ କରିବା ମୁସ୍କିଲ ହୋଇପଡିଲାଣି ବୋଲି ମହାସଂଘ କହିଛି । କଟକ ମାଲ ଗୋଦାମ ବଣିକସଂଘ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମହାସଂଘ ବନ୍ଦ ଡାକରାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେବା ସହିତ ଆଜି ସକାଳ ୬ରୁ ସଂଧ୍ୟା ୬ଟା ଯାଏ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ବନ୍ଦ ନିଷ୍ପତ୍ତିକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here