ଆତଙ୍କବାଦ ହମଲା ପାଇଁ ଭାରତକୁ ସଂପୂର୍ଣ୍ଣ ରୂପେ ସହଯୋଗ କରିବାକୁ ହାତ ବଢାଇଛି ସାଉଦି. ଏ ନେଇ ସାଉଦିଆରବ ଯୁବରାଜ ମହମ୍ମଦ ବିନ୍ ସଲମାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରରେ ବୈଠକ ଅନୁଷ୍ଠିତ ହୋଇଛି. ଯେଉଁଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ସାଉଦିର ସହମତି ମିଳିଥିବା ପ୍ରକାଶ ପାଇଛି. ମୋଦି କହିଛନ୍ତି, ଭାରତ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସହଯୋଗୀ ହେଉଛି ସାଉଦି ଏବଂ ଆମର ପଡୋଶୀ ଦେଶ. ନିକଟତମ ଦେଶ ମଧ୍ୟରେ ସାଉଦି ମଧ୍ୟ ହେଉଛି ନିକଟତର ବନ୍ଧୁ. ଅନ୍ୟପଟେ ମହମ୍ମଦ କହିଛନ୍ତି ଆତଙ୍କବାଦୀଙ୍କ ବିରୋଧରେ ଆମେ ଭାରତ ସହ ସମସ୍ତ ଗୁପ୍ତ ତଥ୍ୟ ବାଣ୍ଟିବାରେ ସହଯୋଗ କରିବୁ. ଆସୁଥିବା ଭବିଷ୍ୟତକୁ ଆମେ ମିଶି ସାମ୍ନା କରିବୁ. ସମସ୍ତ ସୁବିଧା ଓ ଅସୁବିଧାରେ ଭାରତ ସହ ସାଉଦି ସହଯୋଗ କରିବ ବୋଲି କହିଛନ୍ତି ମହମ୍ମଦ ବିନ ସଲମାନ. ସମସ୍ତ କାର୍ଯ୍ୟରେ ଉଭୟ ଦେଶର ସଂପୃକ୍ତି, ବୁଝାମଣା ଓ ଦାୟିତ୍ୱ ଉପରେ ଆଲୋଚନା ହୋଇଥିବା କହିଛନ୍ତି ସଲମାନ.

LEAVE A REPLY

Please enter your comment!
Please enter your name here