ସ୍ୱତନ୍ତ୍ରତା ଦିବସ ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବୀରତ୍ୱର ପୁରସ୍କାର ଘୋଷଣା କରାଯାଇଛି । ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଅଭିନନ୍ଦନ ବାଲାକୋଟ ଷ୍ଟ୍ରାଇକ ପରେ ପାକିସ୍ତାନର ଏଫ-୧୬ ବିମାନକୁ ମାରି ତଳେ ଖସାଇଥିଲେ । ଏହାପରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାକିସ୍ତାନ ସୀମାରେ ପଡି ଯାଇଥିଲା । ଯାହାଫଳରେ ପାକିସ୍ତାନ ତାଙ୍କୁ ବନ୍ଦୀ କରିଥିଲା । କିନ୍ତୁ ଭାରତର କୂଟନୈତିକ ଚେଷ୍ଟା ଆଗରେ ପାକିସ୍ତାନକୁ ହାର ମାନିବାକୁ ପଡିଥିଲା ଏବଂ ବର୍ତ୍ତମାନ ଫେରି ଆସିଥିଲେ । ଅଭିନନ୍ଦନ ବାଲାକୋଟରେ ଏୟାରଷ୍ଟ୍ରାଇକ ପରେ ସୀମାରେ ପାକିସ୍ତାନର ଯୁଦ୍ଧ ବିମାନ ଉପରେ ଜବରଦସ୍ତ ଆକ୍ରମଣ କରିଥିଲେ । ଏହି ସମୟରେ ପାକିସ୍ତାନର ଏଫ-୧୬ ବିମାନକୁ ମାରି ତଳକୁ ଖସାଇଥିଲେ । ଯାହାପଳରେ ଚତୁର୍ଦ୍ଦିଗରେ ତାଙ୍କୁ ପ୍ରଶଂସା କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here