ବାଙ୍ଗଲାଦେଶ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି.
ମାଲକାନାଗିରି, କଳାହାଣ୍ଡି, କୋରାପୁଟ, ନୂଆପଡ଼ା,ବଲାଙ୍ଗୀର, ସୁନ୍ଦରଗଡ଼,ସମ୍ବଲପୁର,ଦେଓଗଡ଼, ଅନୁଗୁଳ,କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି.
ଆଇଏମଡି ରିପୋର୍ଟ ଅନୁଯାୟୀ, ସମୁଦ୍ର ପତ୍ତନରୁ 5.8 କିମି ଓ 7.8 କିମି ଉଚ୍ଚରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ.
ଅଗଷ୍ଟ 6 ତାରିଖରେ ଉତ୍ତର ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି.
ଏହି ଲଘୁଚାପ ପ୍ରଭାବରେ ପବନର ବେଗ 50 ରୁ 60 କିମି ରହିବା ଅନୁମାନ କରାଯାଉଛି.