ଗୁରୁବାର ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି. ଏହି ବନ୍ଦକୁ ବିଜେଡି ଛଡା ବିଜେପି ଓ କଂଗ୍ରେସ ସମର୍ଥନ ଦେଇଥିବା ବେଳେ ବିଜେଡି ସରକାର ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେଇପାରିବେ ନାହିଁ ବୋଲି କହିଛି ବିଜେପି କୃଷକ ମୋର୍ଚ୍ଚା. ବିଜେଡି ସରକାର ଚାଷୀ ବିରୋଧୀ ବୋଲି କହିବା ସହ ସରକାର ଚାଷୀଙ୍କୁ ମାଡ ମାରିଥିବା ମଧ୍ୟ କହିଛି. ଚାଷୀମାନେ ନିଜ ଦାବି ଉପସ୍ଥାପନ ପାଇଁ ଆସୁଥିବା ବେଳେ ସରକାର ତାଙ୍କୁ ଗିରଫ କଲେ, ମାଡ ମାରିଲେ, ଖାଦ୍ୟ ଖାଉଥିବା ବେଳେ ପିଟିଲେ. ଏହାପରେ କୃଷକ ସଂଗଠନ ଯେଉଁ  ଆନ୍ଦୋଳନ କରିଛି ତାକୁ ବିଜେପି ନୈତିକ ସମର୍ଥନ ଦେବ ବୋଲି କହିଛି ବିଜେପି କୃଷକ ମୋର୍ଚ୍ଚା. ଦୀର୍ଘ 19 ବର୍ଷର ଶାସନ ଭିତରେ ରାଜ୍ୟ ସରକାର ଚାଷୀଙ୍କୁ ଠକିଛନ୍ତି. ଯାହାର ଜବାବ ବିଜେଡି ସରକାରଙ୍କୁ ଦେବାକୁ ପଡିବ ବୋଲି ମୋର୍ଚ୍ଚା କହିଛି.

LEAVE A REPLY

Please enter your comment!
Please enter your name here