ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ଦ୍ବାଦଶ ପରୀକ୍ଷାରେ ଚଳିତବର୍ଷ 87.33 ପ୍ରତିଶତ ପାସ୍ ହାର ଥିବା ବେଳେ ଗତବର୍ଷ ତୁଳନାରେ ଏହା କମ୍ ରହିଛି । ଛାତ୍ରୀଙ୍କ ପାସ୍ ହାର 90.68 ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର 84.67 ରହିଛି । ଚଳିତବର୍ଷ ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ସେହିପରି ସିବିଏସଇ ଦଶମ ପରୀକ୍ଷାରେ 93.12 ପ୍ରତିଶତ ପାସ୍ ହାର ରହିଛି । ଝିଅଙ୍କ ପାସ୍ ହାର 94.25 ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍ ହାର 92.27 ପ୍ରତିଶତ ହୋଇଛି । ଭୁବନେଶ୍ବର ରିଜିଅନରେ ପାସ୍ ହାର 93.64 ରହିଛି । ତେବେ ତ୍ରିଭେନ୍ଦ୍ରମ ରିଜିଅନରେ ପାସହାର ସର୍ବୋଚ୍ଚ 99.91 ପ୍ରତିଶତ ରହିଛି ।
cbseresults.nic.in ଓ cbse. gov.in ସାଇଟରେ ପରୀକ୍ଷା ଫଳ ଉପଲବ୍ଧ ।

LEAVE A REPLY

Please enter your comment!
Please enter your name here