ଶୁକ୍ରବାରଠୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ. ଆଡମିଟ କାର୍ଡ ନ ମିଳିବାରୁ କ୍ୟାରିୟରର ପ୍ରଥମ ପାହାଚ କୁହାଯାଉଥିବା ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଜଣେ ଛାତ୍ରୀ. ରାୟଗଡା ଜିଲ୍ଲା ଗୁଡାରି ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା. ଫର୍ମ ପୂରଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏଭଳି ହୋଇଥିବା ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି. ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରୀ ଓ ତାଙ୍କ ପରିବାରକୁ ବୁଝାସୁଝା କରିଥିବା ବେଳେ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଛାତ୍ରୀଙ୍କ ପରିବାର.