ଢେଙ୍କାନାଳ ଜିଲ୍ଲା ବାରିହାପୁରରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଯାଇଛି. ଶୁକ୍ରବାର ମାଟ୍ରିକ ପରୀକ୍ଷା ଦେବାକୁ ଯିବାବେଳେ ବାଇକକୁ ଧକ୍କା ଦେଇଛି ଏକ ଟ୍ରକ. ଫଳରେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ବୁଲୁ ନାୟକ ଗୁରୁତର ଆହତ ହୋଇଛନ୍ତି. 53 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି.  ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ବିଶ୍ୱାଳ ଢାବା ସମ୍ମୁଖରେ ଉକ୍ତ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା. ଫଳରେ ସେମାନେ ସମସ୍ତେ ଗୁରୁତର ଆହତ ହୋଇଥିଲେ. ପରୀକ୍ଷା ଦେବା ପାଇଁ ବୁଲୁ ତାଙ୍କ ବାପା ଓ ଭାଇଙ୍କ ସହ କଙ୍କଡାସୋର ହାଇସ୍କୁଲକୁ ଯାଉଥିଲେ. ମାତ୍ର ବାଟରେ ଏଭଳି ଅଘଟଣ ଘଟିଥିଲା. ଯେଉଁଥିପାଇଁ ସେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି.  ବୁଲୁଙ୍କ ସହ ତାଙ୍କ ବାପା ଓ ଭାଇଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ପରେ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ.

 

LEAVE A REPLY

Please enter your comment!
Please enter your name here