ପାରାଦୀପ ଠାରୁ ଆଉ ମାତ୍ର 200 କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍ । ଘଣ୍ଟାକୁ 15 କିଲୋମିଟର ବେଗରେ ଆସୁଥିବା ୟାସ୍ ଆସନ୍ତାକାଲି ସକାଳ ସୁଦ୍ଧା ଓଡିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଭଦ୍ରକ ଧାମରା, ଚାନ୍ଦବାଲି ନିକଟରେ ୟାସ୍ ସ୍ଥଳଭାଗ ଛୁଇଁବ । ଯଦିଓ ଏହା ଭେରି ସିଭିୟର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହୋଇସାରିଛି, ତଥାପି ବାତ୍ୟା ଫନୀ ଠାରୁ ଏହାର ପ୍ରକୋପ କମ୍ ରହିବ ବୋଲି କୁହାଯାଉଛି । ୟାସ୍ ପ୍ରଭାବରେ ଭଦ୍ରକ ଓ ବାଲେଶ୍ବର ଉପକୂଳରେ ସମୁଦ୍ର ଭୟଙ୍କର ରୂପ ଧାରଣ କରିସାରିଛି । ଅଶାନ୍ତ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଆରମ୍ଭ କରିଦେଇଛି । ଦୀଘା ଉପକୂଳରେ ସମୁଦ୍ର କୁଳ ଲଂଘିବା ଆରମ୍ଭ କରିଛି । ଉଚ୍ଚ ଉଚ୍ଚ ଜୁଆର ପାଣି ଗାଁ ଗଣ୍ଡା ଭିତରକୁ ପ୍ରବେଶ କରିଥିବାର ସୂଚନା ମିଳିଛି । ଅନେକ ସମୁଦ୍ର କୁଳିଆ ସ୍ଥାନରେ ଲୁଣିପାଣି ଜୁଆର ମାଡି ଆସିଲାଣି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବରରେ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ କରିଛି । ଉପକୂଳବର୍ତ୍ତୀ ଦଶଟି ଜିଲ୍ଲାରେ ବର୍ଷା ଲାଗି ରହିବା ସାଙ୍ଗକୁ ଚାଳିଶରୁ ପଚାଶ କିଲୋମିଟର ବେଗରେ ପବନ ବହୁଛି ।

LEAVE A REPLY

Please enter your comment!
Please enter your name here