କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ 2014ର ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନୀତ ହୋଇଛନ୍ତି. ପାର୍ଲାମେଣ୍ଟ ସେଣ୍ଟ୍ରାଲ ହଲରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ. 1992ରୁ ପ୍ରଦାନ କରାଯାଇଆସୁଥିବା ଏହି ସମ୍ମାନ ପାଇବାରେ ଭର୍ତ୍ତୃହରି ହେଉଛନ୍ତି ପ୍ରଥମ ଓଡିଆ. ଲୋକସଭାରେ ବିତର୍କରେ ଭାଗନେବା, ବିଭିନ୍ନ ପ୍ରସଙ୍ଗରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ଏବଂ ତାଙ୍କର ଶୃଙ୍ଖଳିତ କାର୍ଯ୍ୟଧାରା ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି. କଟକ ଲୋକସଭା ଆସନରୁ ଲଗାତର 5ଥର ନିର୍ବାଚିତ ହୋଇଆସୁଥିବା ଶ୍ରୀ ଭର୍ତ୍ତୃହରି ମହତାବଙ୍କୁ ତକ୍ଷକ ଟିଭିର ଆନ୍ତରିକ ଅଭିନନ୍ଦନ.

LEAVE A REPLY

Please enter your comment!
Please enter your name here