ପ୍ରତିଦିନ ଦେଶରେ ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି, ସେଥିରୁ ସ୍ପଷ୍ଟ ହେଉଛି ଆମେରିକାକୁ ଡେଇଁବାକୁ ଆଉ ବେଶୀଦିନ ଲାଗିବନି I ଏବେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 67,08,458 ରହିଥିବା ବେଳେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4,846,487ରେ ପହଞ୍ଚିଲାଣି I ତେବେ ଭାରତରେ ଦ୍ରୁତ ହାରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଖୁବଶୀଘ୍ର ଶୀର୍ଷରେ ପହଞ୍ଚିଯିବ ବୋଲି ଆକଳନ କରାଯାଉଛି I ଆମେରିକାରେ 198,520 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି ଭାରତରେ ମୃତକଙ୍କ ସଂଖ୍ୟା 79 ହଜାର ଅତିକ୍ରମ କରିସାରିଲାଣି I ମାତ୍ର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କରୋନା ନିୟନ୍ତ୍ରଣରେ ରହିଛି ଏବଂ 78 ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେଲେଣି I

LEAVE A REPLY

Please enter your comment!
Please enter your name here