ଗତକାଲି ବାଲେଶ୍ୱର 60 ନମ୍ବର ଜାତୀୟ ରାଜପଥ ନିକଟରେ ଜଣେ ଟ୍ରକ ଚାଳକଙ୍କୁ ମରଣାନ୍ତକ ଭାବେ ଆକ୍ରମଣ ହୋଇଛି. ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି. ସୂଚନା ଅନୁସାରେ, ଦୁଇଟି ଟ୍ରକ ଜାତୀୟ ରାଜପଥ ନିକଟରେ ରହିଥିଲା. ଉଭୟ ଗାଡିର ଡ୍ରାଇଭର ଖାଇବା ପରେ ଶୋଇଯାଇଥିଲେ. ମାତ୍ର ବିଳମ୍ବିତ ରାତିରେ ଜଣେ ଡ୍ରାଇଭର ଶୌଚ ପାଇଁ ବାହାରିଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ. ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଲୁଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ. ଡ୍ରାଇଭର ଜଣଙ୍କ ଉତ୍ତରପ୍ରଦେଶ ପ୍ରତାପଗଡର ରିୟାଜ ବୋଲି ଜଣାପଡିଛି. ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି. ପରେ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here