ଓଡିଶା ସୀମାରେ ଝାଡଖଣ୍ଡ ପୋଲିସକୁ ମିଳିଛି ଏକ ବଡ ସଫଳତା. ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ଟଳିଛନ୍ତି ତିନି ମାଓବାଦୀ. ମିଳିଥିବା ସୂଚନା ଅନୁସାରେ, ରବିବାର କମ୍ବିଂ ଅପରେସନ ସମୟରେ ପୋଲିସ ଗୁମଲା ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଠାବ କରିଥିଲା. କ୍ୟାମ୍ପରେ ଥିବା ମାଓବାଦୀମାନେ ପୋଲିସକୁ ଦେଖିବା ମାତ୍ରେ ଗୁଳି ଚାଳନା କରିବା ଆରମ୍ଭ କରିଦେଇଥିଲେ. ଅନ୍ୟପଟେ ସୁରକ୍ଷାକର୍ମୀ ମଧ୍ୟ ସେମାନଙ୍କୁ ପାଲଟା ଜବାବ ଦେଇଥିଲେ. ଜବାବ ସ୍ୱରୂପ ଶେଷରେ ପୋଲିସ ଗୁଳିରେ ନିହତ ହୋଇଥିଲେ ଦୁଇ ମାଓବାଦୀ. ଘଟଣାସ୍ଥଳରୁ ଦୁଇଟି ଏକେ-47 ଜବତ ହୋଇଥିବା ବେଳେ ଓ କମ୍ବିଂ ଅପରେସକୁ ଆହୁରି ଜୋରଦାର କରାଯାଇଥିବା ସୂଚନା ମିଳିଛି.

 

LEAVE A REPLY

Please enter your comment!
Please enter your name here