ବାଲେଶ୍ୱର ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା. ଏକ ଯାତ୍ରୀବାହୀ ବସ ଓଲଟି 15ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି. ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆଳଦା ସେବାଶ୍ରମ ପଡିଆ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି. ତେବେ ଭାରସାମ୍ୟ ହରାଇ ବସଟି ରାସ୍ତାରୁ ତଳକୁ ଓଲଟି ପଡିଥିବା କୁହାଯାଉଛି. ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ହୋଇଛନ୍ତି. ଗୁରୁତର ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି. ଘଟଣା ଘଟିବା ପରେ ବସ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି. ଅନ୍ୟପଟେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି