21ଟି ଜିଲ୍ଲାକୁ ସତର୍କ ସୂଚନା. ସୋମବାର ଅର୍ଥାତ ଆଜିଠାରୁ ରାଜ୍ୟର 21ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି. କେତେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି. 21ଟି ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେଓଗଡ, ଯାଜପୁର, ଭଦ୍ରକ, ବରଗଡ, ଅନୁଗୁଳ, ନୟାଗଡ, ବଲାଙ୍ଗିର, ବୌଦ୍ଧ, ସୋନପୁର, ନୂଆପଡା, ସୁନ୍ଦରଗଡ, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ରହିଛି. ଏହି ସମୟରେ 40ରୁ 50 କିମି ବେଗରେ ପବନ ବହିବାର ଆଶଙ୍କା ରହିଥିବା ବେଳେ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି.

 

LEAVE A REPLY

Please enter your comment!
Please enter your name here