ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ ନିକଟରେ ନିର୍ମିତ ଦେଶର ପ୍ରଥମ ନ୍ୟାସନାଲ ଓ୍ଵାର ମେମୋରିଆଲର ଉଦଘାଟନ କରି ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ୪୦ ଏକର ଜାଗାରେ ନିର୍ମିତ ଏହି ମେମୋରିଆଲର ନିର୍ମାଣରେ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସ୍ମାରକ ସହିତ ଏଠାରେ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି। ସ୍ମାରକ ଓ ସଂଗ୍ରହାଳୟ ମଧ୍ୟରେ ଏକ ସବ ଓ୍ଵେ ମଧ୍ୟ ରଖାଯାଇଛି। ଏହା ବ୍ୟତୀତ ନ୍ୟାସନାଲ ଓ୍ଵାର ମେମୋରିଆଲରେ କାନ୍ଥରେ ୨୯, ୯୪୨ ସହିଦଙ୍କ ନାମ ମଧ୍ୟ ଲେଖାଯାଇଛି। ଏହାର ଉଦଘାଟନ କରି ପିଏମ ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ଏଥିସହଦେଶ ପାଇଁ ସହିଦ ବୀର ଯବାନଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ସ୍ମାରକୀ ଅଖଣ୍ଡ ଅମର ଜ୍ୟୋତି ସହିଦ ଯବାନଙ୍କୁ ଉସôର୍ଗ କରିଛନ୍ତି । ବୀର ସହିଦଙ୍କ ପାଇଁ ଏହି ସ୍ମାରକୀରେ ଅଖଣ୍ଡ ଅମର ଜ୍ୟୋତି ଜଳିବ । ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଦେଇ କହିଛନ୍ତି, ଏହି ସ୍ମାରକୀ ବହୁ ପୂର୍ବରୁ ନିର୍ମାଣ ହେବାର ଥିଲା । ବିଭିନ୍ନ ସମୟରେ ଭାରତ ମାଆଙ୍କୁ ରକ୍ଷା କରିବାକୁ ଯାଇ ହଜାର ହଜାର ବୀର ଯବାନ ସହିଦ ହୋଇଛନ୍ତି । ତେଣୁ ଯବାନଙ୍କ ସ୍ମୃତିରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି । ଭାରତ ସେନା ବିଶ୍ବର ସବୁ ଠାରୁ ଘାତକ ଓ ପେସାଦାର ସେନାଙ୍କ ଠାରୁ ଅନ୍ୟତମ । ଭାରତୀୟ ସେନା ଦେଶକୁ ରକ୍ଷା କରିବା ପାଇଁ ସର୍ବଦା ତତ୍ପରତା ଦେଖାଇଥାନ୍ତି । ଭାରତର ଯବାନଙ୍କ ସୁରକ୍ଷା ନିମନ୍ତେ ୨ ଲକ୍ଷ ୩୦ ହଜାର ବୁଲେଟ ପ୍ରୁଫ ଜ୍ୟାକେଟ କିଣାଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସୁରକ୍ଷା ସହିତ କେତେ ବଡ଼ ସାଲିସ କରାଯାଇଛି। ୨୦୦୯ରେ ସେନା ଏକ ଲକ୍ଷ ୮୬ ହଜାର ବୁଲେଟ୍ ପ୍ରୁଫ ଜ୍ୟାକେଟ୍ ଦାବି କରିଥିଲେ। ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ୫ ବର୍ଷ ବିତିଗଲା, ମାତ୍ର ସେନା ପାଇଁ ବୁଲେଟ୍ ପ୍ରୁଫ ଜ୍ୟାକେଟ୍ କିଣାଗଲା ନାହିଁ। ଆମ ପାଇଁ ଦେଶ ଆଗ ବୋଲି ମୋଦୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here