ମାନବବାଦୀ ସଂଗଠନର ସୁପ୍ରିମୋ ମାନସ ଦାସଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ପୁଅ ମନୋରଞ୍ଜନ ଦାସକୁ ବି ପୋଲିସ ଗିରଫ କରିଛି । ଉଭୟ ବାପପୁଅଙ୍କ ବିରୋଧରେ ହତ୍ୟା, ହତ୍ୟା ଧମକ ଭଳି ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ମାନବବାଦୀ ସଂଗଠନ ଦ୍ବାରା ନିର୍ଯାତନାର ଶୀକାର ହୋଇଥିବା ପୀଡିତମାନେ ମଧ୍ୟ ମାନସଙ୍କ ସହ ତାଙ୍କ ପୁଅ ମନୋରଞ୍ଜନଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଶେଷରେ ଖୋର୍ଦ୍ଧା ପୋଲିସ ମନୋରଞ୍ଜନକୁ ଗିରଫ କରିଥିବା ସ୍ପଷ୍ଟ କରିଛି । ଉଭୟ ବାପପୁଅଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଥିବା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି । ମାମଲା ପୁରୁଣା ହୋଇଥିବାରୁ ଅଭିଯୋଗକାରୀମାନେ ଯେତେବେଳେ ଚାହିଁବେ, ପୋଲିସ ପାଖକୁ ଆସି ନିର୍ଭୟରେ ଅଭିଯୋଗ କରିପାରିବେ ବୋଲି ସେ କହିଛନ୍ତି ।

ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରିବା ମାମଲାରେ ପୋଲିସ ମାନସଙ୍କୁ ଗିରଫ କରିଛି ।

ମାନସଙ୍କ ବିରୋଧରେ ହତ୍ୟା ମାମଲାରେ 302 ଦଫା ଲଗାଇଛି ପୋଲିସ । ଏଥିସହିତ 363, 364, 201, 120 ବି ଓ 34 ଦଫା ଲଗାଇଛି ।

LEAVE A REPLY

Please enter your comment!
Please enter your name here