୧୨ ଦିନ ପରେ ବଦଲା ନେଲା ଭାରତ । ପୁଲୱାମା ଆକ୍ରମଣରେ ସହିଦ ହୋଇଥିଲେ ୪୦ ଯବାନ । ଯବାନଙ୍କ ପରିବାର ଠାରୁ ଆରମ୍ଭ କରି ସାରା ଭାରତ ବର୍ଷ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇଥିଲା । ପ୍ରତିଟି ଆଖିର ଲୁହର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋର ସମୟରେ ପିଓକେରେ ପଶି ପକାଇଲା ୧୦୦୦ କେଜିର ବୋମା । ଏଥିରେ ଖଳନାୟକ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଶଳା ନେତୃତ୍ବରେ ଚାଲିଥିବା ବହୁ ଶିବିର ଧ୍ବଂସ ହୋଇଛି । ହିଜବୁଲ ମୁଜ୍ଜାହିଦ୍ଦିନ ଆତଙ୍କୀ ସଙ୍ଗଠନର ମଧ୍ୟ ବହୁ ଶିବିର ଧ୍ୱଂସ ହୋଇଛି ।  ୧୩ ମିନିଟରେ ୩ଟି ସ୍ଥାନକୁ ଟାର୍ଗେଟ କରିଥିଲା ଭାରତୀୟ ବାୟୁସେନା ।

ପ୍ରଥମ ଆକ୍ରମଣ ପାହାନ୍ତା ୩.୪୫ ବାଲାକୋଟରେ I ୩.୪୮ରେ ମୁଜାଫରାବାଦ I ୩.୫୮ରେ ଚାକୋଠିରେ ଆକ୍ରମଣ I ଏଲଓସି ଠାରୁ ୫୦ କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରିଥିଲା ବାୟୁସେନା I ୨୦୦ରୁ ୩୦୦ ଆତଙ୍କବାଦୀ ସଫା I ସୀମାରେ ହାଇଆଲର୍ଟ ଜାରି I

LEAVE A REPLY

Please enter your comment!
Please enter your name here