ଶେଷରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୃଷି ଆଇନ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଦେଇଛନ୍ତି । ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ ଚାରିଜଣିଆ କମିଟି ଗଠନ କରିଛନ୍ତି । କମିଟିରେ କୃଷି ଅର୍ଥନୀତିଜ୍ଞ ହରସିମ୍ରତ ମାନ୍, ପ୍ରମୋଦ କୁମାର ଯୋଷୀ, ଅଶୋକ ଗୁଲ୍ଲାଟୀ ଓ ଅନୀଲ ଧନଓ୍ବାନ୍ତ ସଦସ୍ୟ ରହିଛନ୍ତି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ସୂଚନାଯୋଗ୍ୟ ତିନି କୃଷି ଆଇନକୁ ବିରୋଧ କରି ଗତ ଦେଢମାସ ଧରି ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here